ଗାଥା- ଏଇ ମାଟିର
ବର୍ତ୍ତମାନ କୋଭିଡର ଭୟ ବହୁତକାଂଶରେ କମି ଯାଇଛି । ବର୍ଷେରୁ ଅଧିକ ସମୟ ଘରେ ରହି ବୋର୍ ଲାଗିଲାଣି ସେଥିପାଇଁ ସୁକାନ୍ତ ବାବୁ ବର୍ତ୍ତମାନ ଚେନ୍ନାଇ ଯାଇଛନ୍ତି, ଝିଅ ଘରକୁ। ଚେନ୍ନାଇରେ ଝିଅ ଓ ଜୋଇଁ ସାଥିରେ ଅଛି ତାଙ୍କର ଅଲିଅଳି ଗୁଳୁଗୁଳୁଆ ନାତୁଣୀ ଆକୃତି । ତା ସାଥିରେ ବେଶ୍ ଖୁସିରେ ଦିନ ଗଡି ଯାଉଛି, ଲାଗୁଛି ଯେପରି ଘଣ୍ଟା କଣ୍ଟା ମିନିଟ୍ କଣ୍ଟାରେ ବଦଳି ଯାଇଛି । ଅନଲାଇନ୍ ପାଠପଢାରୁ ବିରତି ମିଳିଲେ ନାତୁଣୀ ଆସି ଅଜାଙ୍କ କଡରେ ହାଜର । ସନ୍ଧ୍ୟାବେଳେ ପାର୍କରେ ବୁଲିବା ସମୟରେ ଅନଲାଇନ୍ କ୍ଲାସରେ କିଏ କ'ଣ କରିଲା, କ'ଣ ପଢା ହେଲା ସବୁ ରିପୋର୍ଟ କରେ ସୁକାନ୍ତ ବାବୁଙ୍କ ନିକଟରେ । ସେଦିନ ବୁଲୁଥିବା ସମୟରେ କହିଲା, "ଜାଣିଛ ଅଜା ଅଗଷ୍ଟ ୧୫ ତାରିଖରେ ଆମ ଭାରତ ସ୍ୱାଧୀନ ହୋଇଥିଲା । ୨୦୦ ବର୍ଷ ଧରି ବ୍ରିଟିଶ ଆମକୁ ଶାସନ କରୁଥିଲେ । ଗାନ୍ଧୀ, ନେହେରୁ, ବୋଷ, ଭାଗତ ସିଂ, ଶାସ୍ତ୍ରୀ, ଏମାନେ ସମସ୍ଟେ କେତେ ଲଢ଼ି, ଜେଲ ଯାଇ ଆମକୁ ସ୍ୱାଧୀନ ଦେଇଛନ୍ତି ।" "ଆଚ୍ଛା ଆଉ କ'ଣ କ'ଣ କରିଥିଲେ?" କହି ପ୍ରଶ୍ନ କରିଲେ ସୁକାନ୍ତ ବାବୁ । "ସେମାନେ କେତେ କ'ଣ କରିଥିଲେ ଯେମିତିକି ଲବଣ ସତ୍ୟାଗ୍ରହ, ଅସହଯୋଗ ଆନ୍ଦୋଳନ, ଭାରତ ଛାଡ ଆନ୍ଦୋଳନ, ସ୍ୱରାଜ ଆନ୍ଦୋଳନ......" ନାତୁଣୀର କଥାକୁ ଅଧାରେ ରଖି ଅଜା ପ୍ରଶ୍ନ କରିଲେ, "କହିଲୁ ପ୍ରଥମେ କେଉଁମାନେ ଏ...