ବକ୍ତୃତା
ପ୍ରାୟ ୪ ବର୍ଷ ହେଲାଣି ଚାକିରୀ ଜୀବନରୁ ଅବସର ନେଲେଣି ପୋଷ୍ଟମାଷ୍ଟର ରମାକାନ୍ତ ବାବୁ ଏବେ ନିଜର ଏକମାତ୍ର ପୁଅ ସଦାଶିବ ପାଖରେ ରାଜଧାନୀରେ ରହୁଛନ୍ତି। ସାଥିରେ ଅଛନ୍ତି ଜୀବନ ସଙ୍ଗିନୀ ସରୋଜିନୀ ଦେବୀ, ବୋହୂ ଏବଂ ନାତିଆ ଟୋକା। ସକାଳ ବୁଲା ସାରି ପାର୍କରେ କିଛି ସମୟ ସମବୟସ୍କ ବନ୍ଧୁମାନଙ୍କ ସାଥିରେ ଅତିବାହିତ କରି ଘରକୁ ଆସି ଗାଧୋଇ ଠାକୁର ପୂଜା ସାରି ଜଳଖିଆ ଖାଇସାରି ଆରାମ କରନ୍ତି, ବେଳେ ବେଳେ ଖବରକାଗଜ ପଢି ଦିନ ବିତାନ୍ତି ପୋଷ୍ଟମାଷ୍ଟର ବାବୁ। ଏସବୁ ଭିତରେ ବେଳକୁ ବେଳ ପାନ ଖଣ୍ଡିଏ ହାତକୁ ବଢ଼େଇଦିଅନ୍ତି ସହଧର୍ମିଣୀ। ସବୁଦିନ ପରି ସେଦିନ ବି ଖବରକାଗଜ ପଢି ପଢି ପାନ ଖାଇ ବସିଥାନ୍ତି। ଏତିକି ବେଳେ ନାତିଆର ସ୍କୁଲରୁ ଆସିବା ସମୟ ହୋଇଗଲାଣି ବୋହୂ କହିଲେ ବାପା ଟିକୁର ସ୍କୁଲ ବସ ଆସିବା ସମୟ ହେଲାଣି ତାକୁ ଟିକିଏ ବସଷ୍ଟପରୁ ନେଇଆସିବେ। ନାତିଆକୁ ଆଣିବା ପାଇଁ ଗଲେ ରମାକାନ୍ତ ବାବୁ, ଆସିବା ବେଳେ ଟିକୁ କହିଲା ଜେଜେ କାଲି ଆମ ସ୍କୁଲରେ debate ଅଛି। ଭଲ କଥା ତୁ ସେଥିରେ ଅଂଶଗ୍ରହଣ କରେ କହି ପ୍ରତ୍ୟୁତ୍ତର ଦେଲେ ପୋଷ୍ଟମାଷ୍ଟର ବାବୁ। ଘରକୁ ଆସି ସଫା ହୋଇ ଖାଇବା ପରେ ଟିକୁ ଲାଗିଗଲା ନିଜ ବକ୍ତୃତା ପ୍ରସ୍ତୁତିରେ ବାପା ସଦାଶିବଙ୍କ ସାହାଯ୍ୟ ଲୋଡିଲା ଟିକୁ କିନ୍ତୁ ସେ କିଛି ଜରୁରୀ କାମରେ ବ୍ୟସ୍ତ ଥିବାରୁ ସେଥିରୁ ନିରାଶ ହୋଇ ମାଙ୍କ ପ...