Posts

Showing posts from July, 2021

ଝିଅ ଦେଖା

Image
ପିଲାଟିଏ ଯୁବା ବୟସରେ ଉପନୀତ ହେବା ପରେ ବାପା ମା ସମେତ ସମ୍ପୂର୍ଣ୍ଣ ପରିବାର ତା ହାତକୁ ଦି ହାତ କରିବା ବିଷୟରେ ଭାବିଥାନ୍ତି ଏବଂ ଉପଯୁକ୍ତ ଜୀବନ ସାଥି ଚୟନ କରିବାରେ ଲାଗିପଡ଼ିଥାନ୍ତି। ଅଭିମନ୍ୟୁ ବାବୁଙ୍କ ଜୀବନରେ ମଧ୍ୟ ସେଇ ସମୟ ଆସିଯାଇଛି ନିଜ ଏକମାତ୍ର ନାତୁଣୀକୁ ବିବାହ ବନ୍ଧନରେ ବାନ୍ଧିଦେବା ପରେ ବର୍ତ୍ତମାନ ନାତି ଶୁଭ୍ରଜିତର ପାଳି । ପିଲାଟା ବିବାହ ବୟସର ହୋଇଗଲାଣି, ଦେଖିବାକୁ ସୁସ୍ଥ ସବଳ ଡାଉଲ ଚେହେରା ।  ରଙ୍ଗ ଟିକିଏ ଅଳ୍ପ କିନ୍ତୁ କୋଉ ସିନେମା ହିରୋ ଠାରୁ କମ୍  ନୁହେଁ। ଆଉ ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ପିଲା ଭଲ ରୋଜଗାର କରୁଛି, ଆଉ ଖୁବ୍ ଦାୟିତ୍ୱବାନ ମଧ୍ୟ। ଅଫିସ୍ କାମ ହେଉ ଅବା ଘର କାମ ହଉ ଅବା ସାହି ଲୋକଙ୍କ କାମ ସବୁଥିଲେ ପାରଙ୍ଗମ।  ଅଭିମନ୍ୟୁ ବାବୁଙ୍କ ନଜରରେ ଗୋଟିଏ କନ୍ୟାପାତ୍ରୀ ଅଛି ତାଙ୍କ ଅନ୍ତରଙ୍ଗ ବନ୍ଧୁ ନିରାକାର ବାବୁଙ୍କ ଝିଅର ଝିଅ ଅର୍ଥାତ୍ ନାତୁଣୀ। ପିଲାଟା ସୁଦୂର ହାଇଦ୍ରାବାଦରେ ଚାକିରୀ କରୁଛି ଏବେ ଛୁଟିରେ ଆସିଛି ଗଲେ ପୁଣି କେବେ ଆସିବ କିଛି ଠିକଣା ନାହିଁ, ଏଇ ସୁବର୍ଣ୍ଣ ସୁଯୋଗ ହାତ ଛଡା କରିବା ପାଇଁ ଚାହୁଁ ନଥିଲେ ଅଭିମନ୍ୟୁ ବାବୁ । ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ପାଇଁ ଚାହୁଁଛନ୍ତି ସେ ଅର୍ଥାତ୍ ଝିଅ ଦେଖା ସାଥିରେ ବହୁତ ସମୟ ଅନ୍ତରାଳ ପରେ ପୁରୁଣା ବନ୍ଧୁ ସାଥିରେ ପୂର୍ବ ସ୍ମୃତିର ପୁନରୁଦ୍ଧାର ହୋଇଯିବ। ବହୁତ ଚର୍ଚ୍ଚା ପରେ...