ଜନ୍ମଦିନ
ଜୀବନ ଏତେ କଷ୍ଟ ଏବଂ ଜଟିଳ କାହିଁକି ବୁଝି ପାରୁ ନାହିଁ। କ'ଣ ଜୀବନ ବଞ୍ଚିବାର କୋୖଣସି ସରଳ ରାସ୍ତା ନାହିଁ। ଯେତେ ଅଧିକ ଜୀବନ ରାସ୍ତାରେ ଅଗ୍ରସର ହେଉଛି ଲାଗୁଛି ଯେମିତି ମୁଁ କାଦୁଅ ଭିତରେ ଫସି ଯାଉଛି। ଯେତେ ଉପରକୁ ଉଠିବା ପାଇଁ ଚେଷ୍ଟା କରୁଛି ସେତେ ଭିତରକୁ ପଶିଗଲା ଭଳି ଲାଗୁଛି। ଏମିତି ଅସୁମାରୀ ଭାବନା ଆସୁଥିଲା ଜାନକି ଦେବୀଙ୍କ ମନରେ। ଆଖିରୁ ଝରି ଆସୁଥିଲା ଲୁହ। ବୃଦ୍ଧାଶ୍ରମର ଅନ୍ଧାର କୋଠରୀ ର ନୀରବତା ଭଙ୍ଗନ କରି କେହି ଜଣେ ଆବଜ଼ ଦେଲା ମାଉସୀ ଆସନ୍ତୁ, ରାତ୍ରି ର ଖାଇବା ସମୟ ହେଲା। ଟିକେ ତଟସ୍ଥ ହୋଇ ଲୁହ ପୋଛି ଜାନକି ଦେବୀ ପଚାରିଲେ ଫୋନ ଆସିଥିଲା କି ମା ମୋ ପୁଅର? ଉତ୍ତର ମିଳିଲା ନା ଆସିନି, ଯଦି ଆସନ୍ତା ମୁଁ କଣ ଆପଣଙ୍କୁ କହି ନଥାନ୍ତି ମାଉସୀ। ଆସନ୍ତୁ ଖାଇବେ। ମନରେ ମନରେ ଗୁଣୁଗୁଣୁ ହୋଇ ଜାନକୀ ଦେବୀ କହୁଥାନ୍ତି ନିଜ ଜନ୍ମଦିନରେ ଅନ୍ତତଃ କଥା ହୋଇ ଆଶୀର୍ବାଦ ନେଇଥାନ୍ତା, ନୂଆ ଜାମା ପିନ୍ଧିଲାନା ନାହିଁ, ମନ୍ଦିର ଯାଇଥିଲା କି ନାହିଁ, କିଏ ବା କହିବ ମୋତେ। ଚାଳିଶି ବର୍ଷ ତଳେ ଠାକୁରଙ୍କ ପାଖରେ ମାନସିକ କରିଥିଲି କି ମୋ କୋଳ ଭରିଦେଲେ ନୀତି ଜନ୍ମଦିନରେ ତୁମ ପାଖକୁ ଆସି ଦର୍ଶନ କରିବ ବୋଲି ହେଲେ ଆଜି ଠାକୁରଙ୍କ ପାଖରେ ଦୋଷୀ ହୋଇଗଲି। ମୋ ପୁଅର ଦୋଷ କ୍ଷମା କରିଦିଅନ୍ତୁ, ତାହାର ମଙ୍ଗଳ କରନ୍ତୁ ଠାକୁରେ। କହି ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡି ଦେଲେ ଗୋଟେ ବୃଦ୍ଧାଶ୍ରମରେ ଥିବା ପୁତ୍ର ରଙ୍କୁଣୀ ମା ଜାନକୀ ଦେବୀ।
Nice read
ReplyDeleteThank you
DeleteNice blog ruchi
ReplyDeleteThank you
Delete