ସେଇ ରାତି
ହଠାତ୍ ନିଦରୁ ଉଠି ବସିଗଲେ ସୀମା! Ac ରୁମ୍ ଭିତରେ ଶୋଇକି ମଧ୍ୟ ଦେହ ସାରା ଝାଳରେ ଭିଜି ଯାଇଥିଲା । ଲାଗୁଥିଲା ଯେମିତି କିଛି ଦୁଃସ୍ବପ୍ନ ଦେଖିଲେ। ବାଥରୁମରୁ ଆସି ଆରମ ଚୌକୀ ଉପରେ ବସିଲେ। ମେଘମୁକ୍ତ ନୀଳ ଆକାଶରେ ପୂର୍ଣ୍ଣିମା ରାତ୍ରିର ଜହ୍ନ ଖୁବ ସୁନ୍ଦର ଦିଶୁଥିଲା, ତା ସୁନ୍ଦରତାକୁ ଦ୍ବିଗୁଣିତ କରୁଥିଲା ଝିଲମିଲ ତାରା। କିନ୍ତୁ ଏ କଣ ସୀମାଙ୍କ ମୁହଁରେ ଅମାବାସ୍ୟାର ଅନ୍ଧକାର କାହିଁକି? କିଛି ସମୟ ଆକାଶକୁ ଚାହିଁ ଦୀର୍ଘଶ୍ଵାସଟେ ଛାଡିଲେ। ଚିତ୍ରପଟ୍ଟ ଭଳି ତାଙ୍କ ଆଖିରେ ନାଚି ଉଠିଲା ସେଇ ରାତିର ଦୃଶ୍ୟ, ସେଇ ଶରତ ପୁର୍ଣିମା ରାତ୍ରିର ଦୃଶ୍ୟ। କୁମାର ପୂର୍ଣ୍ଣିମା ପୂଜା ସାରି ସାଙ୍ଗମାନଙ୍କ ସାଥିରେ ଘରକୁ ଫେରିବା ବେଳେ ସୀମାଙ୍କୁ ଲାଗିଲା ହଠାତ୍ ଯେମିତି କିଏ ଚିତ୍କାର କରୁଛି। ଚାରିଆଡେ ଚାହିଁଲେ, ପୁର୍ଣିମାର ଜହ୍ନଲୋକରେ ସବୁ ସ୍ପଷ୍ଟ ଦେଖାଯାଉଥିଲେ ବି କାହା ଚେହେରା ଦେଖାଯାଉନଥିଲା । ଅନତି ଦୂରରେ ଗୋଟେ ମୋଟର ସାଇକେଲରେ ଅଙ୍କା ହେଇଥିବା କିଛି ଛବି ଦେଖାଗଲା, ଆରେ ଏ ସିଂହ ଛବିତ ରାଜାଙ୍କ ଗାଡିର ଛବି ପରି ଲାଗୁଛି? ଛାଡ କୋଉ ଲଫଙ୍ଗା ଟୋକାଗୁଡାକ ହେଇଥିବେ ଏପରି ଭାବି ଘରକୁ ଆସିଗଲେ ସୀମା। ପରଦିନ ସକାଳୁ ସୀମା ଉଠିଲା ବେଳକୁ ଘରେ ବାପା ଆଉ ମା ବେଶ ଗମ୍ଭୀର ଭାବରେ କଥା ହଉଥାନ୍ତି, କଥା କଣ ମୁହଁ ଧୋଇ ଆସି ବସିଲେ ସୀମା। ବାପା କହୁଥାନ୍ତି ଗତ ରାତିରେ ଯାହା ହୋଇଗଲା ତାହା ଅକଳ୍ପନିଅ, ନିଜ ଗାଁରେ ଆଉ ଝିଅମାନେ ସୁରକ୍ଷିତ ନୁହନ୍ତି, କିଛି ବୁଝିପାରୁ ନଥାନ୍ତି ସୀମା। ସୀମାଙ୍କୁ ଅନାଇ ମା କହିଲେ ରୁନିତା ସାଥିରେ ଗତ ରାତିରେ କିଛି ଦୁର୍ବୃତ୍ତ ଦୁଷ୍କର୍ମ କରିଛନ୍ତି, ସିଏ ଆଉ ନାହିଁ। ସ୍ତବ୍ଧ ହେଇଗଲେ ସୀମା! ରୁନିତା ସୀମାଙ୍କ ଘର ପଛ ସାହିର ଦାଶ ମଉସାଙ୍କ ଏକମାତ୍ର ଝିଅ, ସୀମାଙ୍କ ଠାରୁ ବୟସରେ ସାନ ସେ ସୀମାଙ୍କ ପାଖକୁ ଗଣିତ ବୁଝିବା ପାଇଁ ଆଉ ନାଚ ଶିଖିବା ପାଇଁ ଆସେ। ରୁନିତାର ସେଇ ନୀରିହ ଚେହେରା ସୀମାଙ୍କ ଆଖିରେ ନାଚି ଉଠିଲା, ସେ ଯେପରି ନିଜକୁ ଦୋଷୀ ମାନୁଥିଲେ ଟିକିଏ ଯଦି ସେ ଆଗକୁ ଯାଇଥାନ୍ତେ ବୋଧେହୁଏ ସେ ରୁନିତାକୁ ବଞ୍ଚେଇ ପାରିଥାନ୍ତେ। ହଠାତ୍ ମା ପଚାରିଲେ ତୁ ଗତ ରାତିରେ ସେପଟୁ ଆସିଥିଲୁ ନା ତୋତେ କଣ କିଛି ଶବ୍ଦ ଶୁଣାଗଲାନି? ସୀମା କିଛି କହିବା ପୂର୍ବରୁ ବାପା କହିଲେ ସେ ଛୋଟ ଛୁଆଟା ତାକୁ କଣ ଏସବୁ ପଚାରୁଛ। କିନ୍ତୁ ମନରେ ମନରେ ସୀମାଙ୍କୁ ଦୋଷୀ ଭଳି ଅନୁଭବ ହେଉଥଲା। ଏସବୁ ଭାବନା ଭିତରେ ପାହାନ୍ତିଆ ଆସିଗଲା, ପାହାନ୍ତିଆର ମୃଦୁ ମଳୟରେ ସୀମା ଙ୍କ ଆଖି ଲାଗିଗଲା।
Go ahead ruchi...nice thought
ReplyDeleteThank u miss
Deleteଖୁବ୍ ସଢିଆ
ReplyDeleteଖୁବ୍ ବଢିଆ ହେଇଚି
Deleteଧନ୍ୟବାଦ
Delete